🌿 A4 · ଗୋଟିଏ ପୃଷ୍ଠା · ଦୁଇ ସ୍ତମ୍ଭ

🍽️ Class X Biology · Digestive Glands

🧪 ପାକଗ୍ରନ୍ଥି

Class X BiologyAHSC Examination 2027Odisha Board

🌿 Class X Biology · ପାକଗ୍ରନ୍ଥି · AHSC 2027 Revision Notes

2) ପାକଗ୍ରନ୍ଥି (Digestive glands)

ଖାଦ୍ୟକୁ ସରଳୀକୃତ କରିବା ପାଇଁ ପାକନଳୀରେ 5 ପ୍ରକାରର ପାକଗ୍ରନ୍ଥି ଅଛି । ଯଥା :

a) ଲାଳଗ୍ରନ୍ଥି (Salivary gland)

  • ମୁଖ ଗହ୍ଵରରେ ଲାଳଗ୍ରନ୍ଥି =ତିନି ଯୋଡ଼ା
  • ଲାଳ କ୍ଷରିତ ହୁଏ
  • ଟାୟାଲିନ୍
    • ଲାଳରେ ଥିବା ଏନ୍‌ଜାଇମ୍ ଟାୟାଲିନ୍ (Ptyalin)
    • ଶ୍ଵେତସାର ଖାଦ୍ୟକୁ ହଜମ କରାଏ

b) ଜଠର ଗ୍ରନ୍ଥି (Gastric gland)

  • ପାଚକ ରସ (HCl + Pepsin + Lipase)
    • ଏଥିରୁ କ୍ଷରିତ ହେଉଥିବା ରସକୁ ପାଚକ ରସ (Gastric juice) କୁହାଯାଏ
    • ଏଥିରେ ଥିବା ଏନ୍‌ଜାଇମ୍ = ଲବଣାମ୍ଳ (HCl) + ପେପସିନ୍ (Pepsin) + ଲାଇପେଜ୍ (Lipase)

c) ଯକୃତ (Liver)

  • ମଣିଷ ଶରୀରର ସର୍ବବୃହତ୍ତ ଗ୍ରନ୍ଥି
  • ଅବସ୍ଥିତି
    • ଏହା ଖାଦ୍ୟନଳୀ ବାହାରେ ରହିଛି
  • କ୍ଷରିତ ରସ
    • ଏଥିରୁ କ୍ଷରିତ ପିତ୍ତ (Bile), ନଳୀ ଦ୍ଵାରା ଗ୍ରହଣୀ ମଧ୍ୟକୁ ପ୍ରବେଶ କରିଥାଏ

d) ଅଗ୍ନ୍ୟାଶୟ (Pancreas)

  • ଏକ ମିଶ୍ରିତ ଗ୍ରନ୍ଥି (Mixed gland)
  • ଅବସ୍ଥିତି
    • ଖାଦ୍ୟନଳୀ ବାହାରେ ରହିଛି
  • କ୍ଷରିତ ଏନ୍‌ଜାଇମ୍ ଏବଂ ହରମୋନ୍
    • ଉଭୟ ଏନ୍‌ଜାଇମ୍ ଓ ହରମୋନ୍ କ୍ଷରିତ ହୁଏ
  • କ୍ଷରିତ ଏନ୍‌ଜାଇମ୍
    • ଅଗ୍ନ୍ୟାଶୟ ରସ (Pancreatic juice) ରେ ତିନି ପ୍ରକାର ଖାଦ୍ୟ ହଜମକାରୀ ଏନ୍‌ଜାଇମ୍ ରହିଛନ୍ତି :
      a) ଆମାଇଲେଜ୍ (Amylase)b) ଲାଇପେଜ୍ (Lipase)c) ପ୍ରୋଟିଏଜ୍ (Protease)
    • ଏ ସମସ୍ତ ଏନ୍‌ଜାଇମ୍ ଗ୍ରହଣୀ ମଧ୍ୟରେ ଖାଦ୍ୟ ସହିତ ମିଶେ

e) ଆନ୍ତ୍ରିକ ଗ୍ରନ୍ଥି (Intestinal gland)

  • କ୍ଷୁଦ୍ରାନ୍ତରେ ଥିବା ଆନ୍ତ୍ରିକ ଗ୍ରନ୍ଥିଗୁଡ଼ିକରୁ ଆନ୍ତ୍ରିକ ରସ (Intestinal juice) କ୍ଷରିତ ହୁଏ
  • ଏହି ରସରେ ଥିବା ଏନ୍‌ଜାଇମ୍ ହଜମକ୍ରିୟା ଶେଷ କରନ୍ତି